
AICTE EoA Application ID (23-24): 1-36529294623
SCTEVT affiliation no (23-24):SCTE-23-RA-2747
46 Years of Excellence
Last modified: November 9, 2022
ରାୟଗଡ଼ା ସଦର ମହକୁମା ସ୍ଥିତ ଉତ୍କଳ ଗୌରବ ମଧୁସୂଦନ ବୈଷୟିକ ଶିକ୍ଷା ଅନୁଷ୍ଠାନର ଛାତ୍ରମାନ ନୂତନ ଜ୍ଞାନ କୌଶଳରେ ସୌର ଚାଳିତ କାର , ସୌର ଚାଳିତ ଏସସି ଓ ସାନିଟାଇଜ ରୋବଟ ପ୍ରଥମ ଥର ପାଇଁ ତିଆରି କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଛାତ୍ର ମାନଙ୍କ ଏଭଳି ଜ୍ଞାନ କୌଶଳକୁ ଶିକ୍ଷା ଅନୁଷ୍ଠାନର କର୍ମକର୍ତ୍ତା ଖୁସି ବ୍ୟକ୍ତ କରିଛନ୍ତି। ଗୋଟିଏ ପଟେ ବିଜୁଳି ଓ ପେଟ୍ରୋଲ ଦରବୃଦ୍ଧି ପାଉ ଥିବା ବେଳେ ଏହା ଦ୍ଵାରା ବାୟୁମଣ୍ଡଳ ପ୍ରଦୂଷଣ ହେଉଛି ଏହାକୁ ଦୃଷ୍ଟିରେ ରଖି ଏହି ଅନୁଷ୍ଠାନର ଛାତ୍ର ମାନେ ଏସବୁ ନିର୍ମାଣ କରି ଜିଲ୍ଲା ପାଇଁ ଗୋୖରବ ଆଣିବା ସହ ସମାଜ ପାଇଁ ଉଦାହରଣ ପାଲଟିଛନ୍ତି ଏହି ଛାତ୍ରମାନେ। ଆଜି ଏଇ ପରିପ୍ରେକ୍ଷୀରେ ଆଜି ଅନୁଷ୍ଠାନରେ ମେକାନିକାଲ୍ ବ୍ରାଞ୍ଚ ପକ୍ଷରୁ ପ୍ରକଳ୍ପ ସଫଳତା ମିଟ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଏଥିରେ ଏହି ଛାତ୍ର ମାନେ ନିଜ ନିଜ ପ୍ରଜେକ୍ଟ ତଥା ପ୍ରକଳ୍ପ ବାବଦରେ ବୁଝାଇ ଥିଲେ। ସମୁଦାୟ ୩ ଟି ଟିମ୍ ମଧ୍ୟରେ ସୋଲାର ଚାଳିତ ଏସି କୁ ଭେଙ୍କେଟେଶ୍ ଲେଙ୍କା ଙ୍କ ନେତୃତ୍ୱରେ ନିର୍ମାଣ ହୋଇଥିବା ବେଳେ ତାଙ୍କ ଟିମ୍ ରେ ସୌରଭ ପାତ୍ର , ପ୍ରିୟବ୍ରତ ମହାରଣା, ଆଲୋକ ପାଢ଼ୀ, ସେଇଫ୍ ଅଲି ଖାନ୍, ଅରୁଣ ଅନୁଗୁଳିଆ, ବିଶ୍ୱଜିତ୍ କାହୁଁ, ଶ୍ରିତମ୍ , ଅଭିଷେକ ଓ ରାଧାକ୍ରିଷ୍ଣା ସେହିଭଳି ସାନିଟାଇଜ୍ ରୋବର୍ଟ ନିର୍ମାଣ ପାଇଁ ଉତ୍ତମ କୁଣ୍ଡୁ, ଆକାଶ ରଞ୍ଜନ ଆପାଟ, ଭାବତୋଷ୍ ଜେନା, ରୂପକ କୁମାର ମହନ୍ତ, ଶିବାଜୀ ସ୍ୱାଇଁ, କିରଣ କୁମାର ଗନ୍ତାୟତ, ନରେନ୍ଦ୍ର ପାତିକା, ସୂର୍ଯ୍ୟ ପ୍ରକାଶ ନାୟକ, ଦିପୁ କିସ୍କୁ , ଚନ୍ଦନ କୁମାର ମୋହିନୀ, ପି. ଶ୍ରୀ ୱାର୍ଶିତ୍, ସଙ୍କର୍ ମୁନି ଏବଂ ସୋଲାର ଇଲେକ୍ଟ୍ରିକ୍ କାର୍ ନିର୍ମାଣ ପାଇଁ ପୂର୍ଣ୍ଣଚନ୍ଦ୍ର ସାହୁ, ରଞ୍ଜନ କୁମାର ନାୟକ, ସୂର୍ଯ୍ୟକାନ୍ତ ପାଣିଗ୍ରାହୀ, ବିଶାଲ୍ ଚୌଧୁରୀ, ବ୍ଲେଶିନ୍ ଲିମା, ମାନସ ବେହେରା, ଶିବରାମ ମହାଙ୍କୁଡ଼, ସମିର୍ ଖାନ୍ ଓ ବରୁଣ ମିଶ୍ର ପ୍ରମୁଖ ରହିଛନ୍ତି।ଏହି ପ୍ରକଳ୍ପ ସଫଳତା ମିଟ୍ କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରିନ୍ସିପାଲ୍ ଶ୍ରୀ ନାରାୟଣ ପଟେଲ୍, ପ୍ରଜେକ୍ଟ କଡ଼ିନେଟର ଶ୍ରୀ ରାଜେନ୍ଦ୍ର ମହାନ୍ତି, ଏଚ ଓ ଡି ମେକାନିକାଲ୍ ବିଭାଗର ଶ୍ରୀ ସରୋଜ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହିଥିବା ବେଳେ ଅନୁଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ।
Read the full article here